Beautiful poetry about our keonjhar

                          ଆମ କେନ୍ଦୁଝର


                                           
ଖଣିଜ ପଦାର୍ଥରେ ଭରା ଏ ସହର
                       ପ୍ରିୟ ମାଟି ମୋର ଏ କେନ୍ଦୁଝର ||
ଘନ ସବୁଜ ବନାନୀ ଚତୁର୍ଦ୍ଦିଗରେ
                ପର୍ବତ ବୁକୁଚିରି କେତେ ଯେ ଝରଣା ଝରେ ||
ସାନଘାଗରା, ବଡଘାଗରା ଓ କାନ୍ଝାରି
               ଘଟଗାଁ ମା ତାରିଣୀ ସାହାରା ସବୁରି ||
ପୁରୁଣା ବଜାରେ ବିଜେ ବଳଦେବଜୀଉ
              ରଥଯାତ୍ରା ରେ ପହଞ୍ଚନ୍ତି ଭକ୍ତ କାହୁଁ କାହୁଁ ||
ଏ ମାଟି ଚରଣ ଯାଇ ଧୁଏ ପୁଣ୍ୟ ବୈତରଣୀ
     ପ୍ରତି ସ୍ଥାନେ ଲୁକାୟିତ ଭିନ୍ନ ଭିନ୍ନ କେତେ ଯେ କାହାଣୀ ||
କେମିତି କରିବି କେନ୍ଦୁଝର ମୁଁ ତୋର ବ୍ୟାଖ୍ୟା
             କେତେ ରାଇଜୁ ଆସନ୍ତି ଛାତ୍ର ଲଭିବାକୁ ଶିକ୍ଷା ||
ପାଠ ସହ ନୃତ୍ୟ ଓ ସଙ୍ଗୀତ ପ୍ରତ୍ୟେକ କ୍ଷେତ୍ରରେ
                              ଆମ ପ୍ରତିଭାକୁ କରେ ବିକଶିତ ||
          କେନ୍ଦୁଝର ଭୂମି ଆମ ପବିତ୍ର ପୂଣ୍ୟମୟ
           ପର ଅପଣାର ଭେଦଭାବ ନାହିଁ ଏଠି
                    ପାନ୍ତି ସଭିଏଁ ଆଶ୍ରୟ ||
                                           -ସୂରଜ କୁମାର ରଣସିଂହ
ଆମ ଭାଇ କେନ୍ଦୁଝର କୁ ବହୁତ୍ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି || ତାଙ୍କୁ ଉତ୍ସାହିତ କରିବା ପାଇଁ Comment ରେ କିଛି Compliment ଦିଅନ୍ତୁ ||

Post a Comment

4 Comments