ହିଡ ମୁଣ୍ଡରେ ପୂର୍ବତନ ସାଂସଦ ଅନନ୍ତ ନାଏକ ! ଚଳାଇଛନ୍ତି ଚାଷ କାମ ।।
କେନ୍ଦୁଝର ଲୋକସଭା ଆସନର ପୂର୍ବତନ ସାଂସଦ ଅନନ୍ତ ନାଏକ । ଏହି ଆଦିବାସୀ ନେତା ଅନନ୍ତ ଆସିଛନ୍ତି ଏବେ ଚର୍ଚ୍ଚାକୁ । ଦୁଇଦୁଇ ଥର ସାଂସଦ ହୋଇଥିଲେ ମଧ୍ୟ ସେ ନିଜର ବୃତ୍ତିକୁ ଏଡାଇ ଦେଇନାହାନ୍ତି । ବର୍ତମାନ ଚାଷକାର୍ଯ୍ୟ ଚାଲିଥିବା ବେଳେ ଏବେ ଚାଷ କାମରେ ବ୍ୟସ୍ତରେ ଅଛନ୍ତି ଶ୍ରୀ ନାଏକ । ସକାଳୁ ଉଠି ବିଲରେ କାମ କରୁଛନ୍ତି । ରୁଆ, ବେଉଷଣ ଠାରୁ ଆରମ୍ଭ କରି ସମସ୍ତ କାମ କରୁଛନ୍ତି । ଏପରିକି ଚାଷୀ ପରି ହିଡ ମୁଣ୍ଡରେ ଖାଉଛନ୍ତି । ଦିନ ତମାମ ଚାଷ କାମରେ ଲାଗିଛନ୍ତି ।
ଏ ସମ୍ପର୍କରେ ଶ୍ରୀ ନାଏକଙ୍କ ସହ ଆଲୋଚନା କରିବାରୁ ସେ କହିଛନ୍ତି ବୃତ୍ତି ହିଁ ମୋର ପୋଷେ କୁଟୁମ୍ବ । ଏବେ ଚାଷ ନକଲେ ବର୍ଷକ ପାଇଁ ଅସୁବିଧା ସମ୍ମୁଖୀନ ହେବାକୁ ପଡିବ । ତେଣୁ ବର୍ଷା ହୋଇଛି । ରୁଆ ପୋତା ପାଇଁ ଭଲ ସମୟ ଅଛି ତେଣୁ ଏବେ ଚାଷ କାମ ଜାରି ରହିଛି ।

1 Comments
U r great..
ReplyDelete