ହିଡ ମୁଣ୍ଡରେ ପୂର୍ବତନ ସାଂସଦ ଅନନ୍ତ ନାଏକ ! ଚଳାଇଛନ୍ତି ଚାଷ କାମ

ହିଡ ମୁଣ୍ଡରେ ପୂର୍ବତନ ସାଂସଦ ଅନନ୍ତ ନାଏକ ! ଚଳାଇଛନ୍ତି ଚାଷ କାମ ।।


କେନ୍ଦୁଝର ଲୋକସଭା ଆସନର ପୂର୍ବତନ ସାଂସଦ ଅନନ୍ତ ନାଏକ  । ଏହି ଆଦିବାସୀ  ନେତା ଅନନ୍ତ ଆସିଛନ୍ତି ଏବେ ଚର୍ଚ୍ଚାକୁ  । ଦୁଇଦୁଇ ଥର ସାଂସଦ ହୋଇଥିଲେ ମଧ୍ୟ ସେ ନିଜର ବୃତ୍ତିକୁ ଏଡାଇ ଦେଇନାହାନ୍ତି  । ବର୍ତମାନ ଚାଷକାର୍ଯ୍ୟ ଚାଲିଥିବା ବେଳେ ଏବେ ଚାଷ କାମରେ ବ୍ୟସ୍ତରେ ଅଛନ୍ତି ଶ୍ରୀ ନାଏକ  । ସକାଳୁ ଉଠି ବିଲରେ କାମ କରୁଛନ୍ତି  । ରୁଆ, ବେଉଷଣ ଠାରୁ ଆରମ୍ଭ କରି ସମସ୍ତ କାମ କରୁଛନ୍ତି  । ଏପରିକି ଚାଷୀ ପରି ହିଡ ମୁଣ୍ଡରେ ଖାଉଛନ୍ତି  । ଦିନ ତମାମ ଚାଷ କାମରେ ଲାଗିଛନ୍ତି  ।
ଏ ସମ୍ପର୍କରେ ଶ୍ରୀ ନାଏକଙ୍କ ସହ ଆଲୋଚନା କରିବାରୁ ସେ କହିଛନ୍ତି ବୃତ୍ତି ହିଁ ମୋର ପୋଷେ କୁଟୁମ୍ବ  । ଏବେ ଚାଷ ନକଲେ ବର୍ଷକ ପାଇଁ ଅସୁବିଧା ସମ୍ମୁଖୀନ ହେବାକୁ ପଡିବ  । ତେଣୁ ବର୍ଷା ହୋଇଛି  । ରୁଆ ପୋତା ପାଇଁ ଭଲ ସମୟ ଅଛି ତେଣୁ ଏବେ ଚାଷ କାମ ଜାରି ରହିଛି  ।

Post a Comment

1 Comments