ଏହା ବଦନାମ କରିବାକୁ ଚକ୍ରାନ୍ତ ନା ଆଉ କିଛି ।।

ମୁଁ କେନ୍ଦୁଝର ର ସର୍ବପୁରାତନ ବିଦ୍ୟାଳୟ "ଧନୁର୍ଜୟ ନାରାୟଣ ଉଚ୍ଚ ବିଦ୍ୟାଳୟ" ର ପୁରାତନ ଛାତ୍ର। 


ଏ ଲେଖା ଟି ଲେଖିବାର କାରଣ ହେଲା କିଛି ଦିନ ତଳେ ଏକ ଖବରକାଗଜ ରେ ପ୍ରକାଶିତ ଏକ ଖବର। ଖବରଟି ଥିଲା "ସର୍ବ ପୁରାତନ ସ୍କୁଲ ରେ ପାଠ ପଢା ଏମିତି - ଅଷ୍ଟମ ଶ୍ରେଣୀ ପିଲା ଜାଣିନାହାନ୍ତି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ନା"

ସେ ଖବରରେ ଲେଖାଥିଲା "ଦିନ ଥିଲା ମାଟ୍ରିକ୍ ପରୀକ୍ଷା ରେ ସବୁଠାରୁ ଅଧିକ ସଫଳତା କରୁଥିଲା ଅର୍ଜନ କରୁଥିଲା ଏ ବିଦ୍ୟାଳୟ। ହେଲେ ବିଦ୍ୟାଳୟ ର ଚମକ ଆଗଭଳି ନାହିଁ। ଫଳରେ ଅଭିଭାବକ ମାନେ ପିଲାଙ୍କୁ ଏହି ବିଦ୍ଯାଳୟ ରେ ପଢିବାକୁ ଦୂରରେ ରଖିଛନ୍ତି। ଯେତେବି ପିଲା ଏଠି ପଢୁଛନ୍ତି ସେମାନେ ଶିକ୍ଷା ରେ ଅତ୍ଯନ୍ତ ଦୁର୍ବଳ।ଅଷ୍ଟମ ଶ୍ରେଣୀ ପିଲା ଜାଣିନାହାନ୍ତି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ନା। ବିଦ୍ୟାଳୟ ରେ ମୋଟ ୬୯୦ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି। ଶିକ୍ଷାଦାନ ପାଇଁ ୨୨ ଜଣ ଶିକ୍ଷକ ଶିକ୍ଷୟତ୍ରୀ ନିୟୋଜିତ ରହିଛନ୍ତି। ଉତ୍ତମ ପରିବେଶ ସହିତ ଶିକ୍ଷାଦାନ ପାଇଁ ସର୍ବନିମ୍ନ ସୁବିଧା ସୁଯୋଗ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି। ମାତ୍ର ଅଷ୍ଟମ ଶ୍ରେଣୀ ପିଲା ଜାଣିନାହାନ୍ତି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ନା।"

ତେବେ ଏଠି ପ୍ରଶ୍ନ ଉଠେ "ଭୁଲ୍ କାହାର ??"
ଶିକ୍ଷକ, ଛାତ୍ର, ଅଭିଭାବକ ନା ଶିକ୍ଷା ବ୍ୟବସ୍ଥାର ?

ମୁଁ ଯେତେବେଳେ ଏହି ବିଦ୍ଯାଳୟ ରେ ଅଧ୍ଯୟନ କରୁଥିଲି (୨୦୦୯-୨୦୧୨) ସେତେବେଳର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ଯରୁ ଏବେ ମଧ୍ଯ ୧୨-୧୩ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଶିକ୍ଷା ପ୍ରଦାନ କରୁଛନ୍ତି। ଯଦି ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଭୁଲ୍ ତାହାଲେ ଆମେମାନେ ମଧ୍ଯ ଉପରୋକ୍ତ ଖବର ଅବସ୍ଥା ରେ ଥାନ୍ତୁ। କିନ୍ତୁ ମୋର ଯାହା ମନେହୁଏ ସେତେବେଳେ ପ୍ରତି ସପ୍ତାହର ଶେଷରେ ପିଲାମାନଙ୍କୁ ନେଇ ଦଳ ଗଠନ କରି ସାଧାରଣ ଜ୍ଞାନ ର ପ୍ରତିଯୋଗିତା ହେଉଥିଲା। ସେଥିପାଇଁ ପିଲାମାନେ ମଧ୍ଯ ପ୍ରସ୍ତୁତ ହୋଇ ଆସୁଥିଲେ। ତେବେ ଏହି କ୍ଷେତ୍ର ରେ ଆମେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଦୋଷ ଦେବା ନ୍ଯାୟ ସଗଂତ ନୁହଁ।

ଏବେ ଆସିବା ପିଲାଙ୍କ କଥାକୁ। ଉପରୋକ୍ତ ଜ୍ଞାନ ଜାଣିବା ପାଇଁ ମୁଖ୍ୟତଃ ପିଲାର ଜିଜ୍ଞାସା ଓ ମନୋବଳର ଅଭାବ ଧରାଯାଇପାରେ।
ଏଠାରେ ଅଭିଭାବକଙ୍କ ପଥପ୍ରଦର୍ଶନର ଅଭାବ ମଧ୍ଯ ସାମ୍ନାକୁ ଆସେ।

ଏବେ ଆସିବା ଶିକ୍ଷା ବ୍ଯବସ୍ଥା କୁ। ସତରେ କ'ଣ ଏବେକାର ଶିକ୍ଷା ବ୍ଯବସ୍ଥା ଏତେ ଉନ୍ନତ, ଯେଉଁ ଶିକ୍ଷା ବ୍ଯବସ୍ଥାରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସରକାରୀ କାର୍ଯରେ ବର୍ଷର ଅଧିକାଂଶ ଦିନ ନିୟୋଜିତ ହେବାକୁ ପଡେ।

ସତରେ କ'ଣ ବିଦ୍ଯାଳୟ ରେ ପିଲା ସଂଖ୍ଯା କମିବାର କାରଣ ନିମ୍ନ ମାନର ପାଠପଢ଼ାର ବାହାନା ନା ଏ ସଭ୍ଯ ସମାଜର ଆଖିରେ ଉନ୍ନତ ଦେଖେଇ ହେବାକୁ ଯାଇ ନିଜର ପିଲାଙ୍କୁ ଇଂରାଜୀ ମାଧ୍ଯମ ଓ ଅନ୍ୟ ବେସରକାରୀ ବିଦ୍ଯାଳୟକୁ ପଠାଇବା ??

ମୋର ପ୍ରିୟ ସାମ୍ବାଦିକ ଭାଇଙ୍କୁ  ଅନୁରୋଧ କି ସବୁ ଦୋଷ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଉପରେ ନ ଦେଇ କିପରି ଛାତ୍ର ଛାତ୍ରୀଙ୍କ ର ପ୍ରକୃତ ଉନ୍ନତି ହେବ ସେ ବିଷୟରେ ଖବର ପ୍ରକାଶ କଲେ ସମସ୍ତଙ୍କର ମଗଂଳ ହୁଅନ୍ତା।🙏
- ଶାଶ୍ୱତ ରଞ୍ଜନ 

Post a Comment

0 Comments