ସାରଥୀ ବାବା ଜେଲ ରୁ ଫେରିବା ପରେ ଏକ ଭିଡ଼ିଓ ଭାଇରାଲ ହଉଚି , ଯୋଉଥିରେ ସେ ନାଚୁଛନ୍ତି ।।
ଭାଇରାଲ ହୋଇଥିବା ସାରଥୀ ବାବା ଭିଡ଼ିଓ ଯୋଉ ଭିଡ଼ିଓ ରେ ସାରଥୀ ବାବା ଜେଲ ରୁ ଫେରି ନାଚୁ ଥିବାର ଦେଖିବାକୁ ମିଳିଛି ।। ପ୍ରକୃତ ରେ ସେ ବ୍ୟକ୍ତି ଜଣକ କିଏ ।।
ନିକଟରେ ପ୍ରବଳ ବେଗରେ ଭାଇରାଲ ହୋଇଥିବା ଭିଡ଼ିଓ ରେ
ସାରଥୀ ବାବା ନୁହଁ ବରଂ "ଯଦୁମଣି ମହାନ୍ତ" ନାମକ ଯୁବ କଳାକାର ନାଚୁଛନ୍ତି ଯିଏ କି ଆମ କେନ୍ଦୁଝର ର "ହରିଚନ୍ଦନପୁର" ର ଦଲକୀ ଗାଁ ର ।। ପିତା "ବୁଧଦେବ ମହାନ୍ତ ଏବଂ ମାଆ ପ୍ରମିଳା ମହାନ୍ତ " ।।
ପେଶା ରେ ଜଣେ Engineer କିନ୍ତୁ ନିଶା ତାଙ୍କର ଅଭିନୟ ।। ଛୋଟ ଟି ବେଳୁ ଅଭିନୟ ପ୍ରତି ଦୁର୍ବଳତା ।। ସେ ଏକା ଧାରାରେ ଜଣେ କଳାକାର, ନିର୍ଦେଶକ, ସଙ୍ଗୀତକାର, ପ୍ରଯୋଜକ ଏବଂ ହାସ୍ୟାଭିନେତା ମଧ୍ୟ ।। ଓଡ଼ିଆ ଫିଲ୍ମ ଜଗତ ଏବଂ ଟିଭି ରେ ସେ ଦୀର୍ଘ ୯ ବର୍ଷ ହେଲା କାମ କରି ଆସୁଛନ୍ତି ।। ସେ ସ୍କୁଲ୍ ରେ ପଢିଲା ବେଳୁ ହିଁ ସ୍କୁଲ ଡ୍ରାମା ରେ ଭାଗ ନେଉଥିଲେ ।।
ସେ ସ୍ବାମପାଟଣା ଅନ୍ତର୍ଗତ ଧାନବେଣୀ M.E School ତାପରେ ଢେଙ୍କିକୋଟ S.N Vidyapitha ଓ ପରେ ପରେ ବଡ଼ହଳ I.T.I , Diploma MITS School Of Engineering ଏବଂ ଶେଷରେ KMBB College Of Engineering ରେ ନିଜ ଶିକ୍ଷା ସମାପ୍ତ କରିଛନ୍ତି ।।
ବର୍ଷେ ତଳେ ତାଙ୍କ ପ୍ରଯୋଜିତ " କେନ୍ଦୁଝର ଟୋକା " ଗୀତ ଟି ଲୋକଙ୍କୁ ବେଶ ପସନ୍ଦ ଆସିଥିଲା ।।
ପରେ ସେ ଆହୁରି ବହୁତ ଆଲବମ ଗୀତ ଓଡ଼ିଆ ସ୍ରୋତା ମାନଙ୍କୁ ଭେଟି ଦେଇଛନ୍ତି ଏବଂ ଆଗକୁ ମଧ୍ୟ ଆହୁରି ଅନେକ ଗୀତ ଭେଟିଦେବେ ।। ତରଙ୍ଗ ମ୍ୟୁଜିକର ଲୋକପ୍ରିୟ କାର୍ଯ୍ୟକ୍ରମ " ଫାଲତୁ କଥା " ରେ ମଧ୍ୟ ସେ ପପୁ ପମ୍ ପମ୍ ଙ୍କ ସହ ଅଭିନୟ କରି ସାରିଛନ୍ତି ।।
ଏମିତି ଆହୁରି ନୂଆ ନୂଆ Updates ଏବଂ କେନ୍ଦୁଝର ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜ୍ କୁ ଲାଇକ୍ କରନ୍ତୁ ।। ତଳେ ଦିଆଯାଇଥିବା ଲିଙ୍କ ରେ କ୍ଲିକ କରନ୍ତୁ ।।
https://www.facebook.com/khantikeonjharia1/




0 Comments