ଦିଲ୍ଲୀ ସାଧାରଣତନ୍ତ୍ର ଦିବସ ପରେଡରେ ଭିଆଇପି ଅତିଥି ହେଲେ କେନ୍ଦୁଝର ଜୁଆଙ୍ଗ ଜନଜାତିର ଦମ୍ପତ୍ତି ରତ୍ନାକର ଓ ସୁଲୋଚନା ।।
ଆଜି ଦିଲ୍ଲୀଠାରେ ସାଧାରଣତନ୍ତ୍ର ଦିବସ ପରେଡରେ ଭିଆଇପି ଗେଷ୍ଟ ହୋଇଛନ୍ତି ଦେଶର ଆଦିବାସୀ ଜନଜାତି । ଭିଆଇପି ଅତିଥି ଭାବେ ଚଳିତବର୍ଷ ଓଡିଶାର କେନ୍ଦୁଝର ଜିଲ୍ଲାର ଜୁଆଙ୍ଗ ଦମ୍ପତି ଯୋଗ ଦେଉଛନ୍ତି। କେନ୍ଦୁଝର ଜିଲ୍ଲା ତଳସୁମଠ ଗ୍ରାମର ଜୁଆଙ୍ଗ ଦମ୍ପତି ହେଲେ ରତ୍ନାକର ଜୁଆଙ୍ଗ ଓ ସୁଲୋଚନା ଜୁଆଙ୍ଗ। ଦୁହେଁ ଭିଆଇପି ଗ୍ୟାଲେରୀରେ ଆଗରେ ବସି ଅନ୍ୟମାନଙ୍କ ସହ ପରେଡକୁ ଉପଭୋଗ କଲେ।
ଚଳିତବର୍ଷ ଗଣତନ୍ତ୍ର ଦିବସ ପରେଡ ପାଇଁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରୁ ଆଦିବାସୀ ଅତିଥିଙ୍କୁ ନିମନ୍ତ୍ରଣ କରିଛି। ଏହି ଅତିଥି ତାଲିକାରେ ରହିଛନ୍ତି କେନ୍ଦୁଝରର ଏହି ଜୁଆଙ୍ଗ ଦମ୍ପତି।
ଭିଆଇପି ଗ୍ୟାଲେରୀରେ ବସି ପରେଡ ଦେଖିବା ନେଇ ସେମାନେ ଅତ୍ୟନ୍ତ ଖୁସି ଏବଂ ଏହା ଜୁଆଙ୍ଗ ସମ୍ପ୍ରଦାୟ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି। ଗାଁରେ ଶିକ୍ଷାର ପ୍ରସାର ଲାଗି ଅଧିକ ସହାୟତା ପ୍ରଦାନ କରିବା ସହ ସେମାନଙ୍କର ସମ୍ପ୍ରଦାୟର ପିଲାମାନଙ୍କ ଉଚ୍ଚଶିକ୍ଷା ପାଇଁ ସରକାର ଧ୍ୟାନ ଦେବାକୁ ସେ ଅନୁରୋଧ କରିଛନ୍ତି।
ଓଡିଶା ସମେତ ଅନ୍ୟ ଆଦିବାସୀ ଜନଜାତି ମଧ୍ୟ ସାମିଲ ହୋଇଛନ୍ତି। ଏଥିରେ ଆଣ୍ଡାମାନ ନିକୋବରର ର ଗ୍ରେଟ ଆଣ୍ଡାମାନିଜ ଜନଜାତି ମଧ୍ୟ ଏଠାକୁ ଆସି ଗର୍ବ ଅନୁଭବ କରୁଛନ୍ତି।
ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ ଖାଣ୍ଟି କେନ୍ଦୁଝରିଆ ପେଜ୍ କୁ ଲାଇକ୍ କରନ୍ତୁ ।।
0 Comments