କେନ୍ଦୁଝର ବଳଦେବଜୀଉଙ୍କ ରଥ ବିଶ୍ଵର ସବୁଠାରୁ ବଡ ରଥର ମାନ୍ୟତା ସହ ଇଣ୍ଟରନେସନାଲ ୱାଣ୍ଡର ରେକଡରେ ସ୍ଥାନ ପାଇଲା ।।
କେନ୍ଦୁଝର ଦେବତ୍ତର ବିଭାଗ ପକ୍ଷରୁ ଶ୍ରୀ ବଳଦେବଜୀୟୁଙ୍କ ରଥ ବିଶ୍ଵର ବଡରଥ ବୋଲି ବାରମ୍ବାର ବିଭିନ୍ନ ଫେରମରେ ଦାବି ହୋଇ ଆସୁଥିଲା । ଯାହାକୁ ନେଇ ଗତ 25 ଡିସେମ୍ବରରେ Global record and Research Foundation ର ଭାରତ ମୁଖ୍ୟ ମନମୋହନ ରାବତ କେନ୍ଦୁଝରରେ ପହଞ୍ଚି ସତ୍ୟା ସତ୍ୟ ଯାଞ୍ଚ କରିଥିଲେ । ଯାଞ୍ଚ ପରେ ସମସ୍ତ ଦସ୍ତାବିଜ ସାଙ୍ଗରେ ନେଇ ତାଙ୍କର ଅନୁଧ୍ୟାନକାରୀ ଦଳକୁ ଦେବେ ବୋଲି କହିଥିଲେ ' ଅନୁଧ୍ୟାନକାରୀ ଦଳ ସବୁଦିଗକୁ ଯାଞ୍ଚ କରିବା ପରେ ଆଜି ଏହି ରଥ ବିଶ୍ଵର ସବୁଠାରୁ ବଡ଼ ରଥ ବୋଲି ପ୍ରମାଣିତ ହୋଇଛି । ଯାହା Guinness Book of World Record ରେ ସ୍ଥାନ ପାଇବାର ବାଟକୁ ପରିସ୍କାର କରିଛି । ବର୍ତ୍ତମାନ ଏହି ରଥ 3 ଟି ରେକର୍ଡ ର ଅଧିକାରୀ ହୋଇପାରିଛି । ୧ - ଭାରତର ଜାତୀୟ ରେକର୍ଡ ୨- GRRF ରେକର୍ଡ଼ ଓ ୩ - ରେ ଏସିଆ ପାଶିଫିକ ରେକର୍ଡ଼ । ଏହାପରେ Guinness Book of World Record ନିମନ୍ତେ ଅର୍ଥ ଜମା କରି ତାଙ୍କର ସମସ୍ତ ବିଧିବିଧାନକୁ ପୁରଣ କରିବା ପରେ ଏହି ରଥ ବିଶ୍ଵ ଐତିହରେ ସ୍ଥାନ ପାଇବ । ହେଲେ ତା ପୂର୍ବରୁ ଆଜି ଏହି ରଥ ଆଉ ଏକ ରେକର୍ଡ ର ଅଧିକାରୀ ହୋଇଛି । ସେ ହେଉଛି ଇଣ୍ଟରନେସନାଲ ୱାଣ୍ଡର ରେକର୍ଡ ।।



0 Comments