ଆସନ୍ତୁ ଜାଣିବା ସଂକ୍ଷିପ୍ତ ରେ କେନ୍ଦୁଝର ର ଇତିହାସ ।।କେନ୍ଦୁଝର ର ହେଇ ମଧ୍ୟ ଯଦି ଆପଣ କେନ୍ଦୁଝର କୁ ଜାଣି ନାହାନ୍ତି ତେବେ ନିଶ୍ଚୟ ପଢନ୍ତୁ ।। ସେୟାର କରିବାକୁ ଭୁଲିବେନି ।।


କେନ୍ଦୁଝର ଗଡଜତ ରାଜ୍ୟ ସମ୍ଭବତଃ ଦ୍ୱାଦଶ ଶତାବ୍ଦୀର ପ୍ରଥମ ଭାଗରେ ରାଜା ଜତି ସିଂ (ଜ୍ୟୋତି ଭଞ୍ଜ)ଙ୍କଦ୍ୱାରା ପ୍ରତିଷ୍ଠିତ । ଜତି ସିଂ (ଜ୍ୟୋତି ଭଞ୍ଜ)ଙ୍କ ଭାଇ ଆଦି ସିଂ (ଆଦି ଭଞ୍ଜ) ଥିଲେ ମୟୁରଭଞ୍ଜ ଗଡଜାତ ରାଜ୍ୟର ପ୍ରତିଷ୍ଠାତା ।

ଅନ୍ୟ ଏକ କିମ୍ବଦନ୍ତୀ ଅନୁସାରେ ଜୟପୁର (ରାଜପୁତାନା)ର ମହାରାଜା ମାନ ସିଂଙ୍କ ପୁତ୍ର ଜୟ ସିଂ ପୁରୀକୁ ତୀର୍ଥାଟନ ସମୟରେ ଉତ୍କଳର ଗଜପତି ପ୍ରତାପେନ୍ଦ୍ର ଦେବଙ୍କ କନ୍ୟା ପଦ୍ମାବତୀଙ୍କୁ ବିବାହ କରିଥିଲେ । ବିବାହ ସମୟରେ ଯୌତୁକ ଭାବେ ସେ ହରିହରପୁର ରାଜ୍ୟ ଲାଭ କରିଥିଲେ । ଏହି ରାଜ୍ୟ ମୟୁରଭଞ୍ଜ ଏବଂ କେନ୍ଦୁଝର ଦୁଇ ରାଜ୍ୟକୁ ନେଇ ଗଠିତ ଥିଲା । ଜୟ ସିଂଙ୍କ ଔରସରୁ ପଦ୍ମାବତୀ ଆଦି ସିଂ ଏବଂ ଜୋତି ସିଂ ନାମକ ଦୁଇ ସନ୍ତାନର ଜନନୀ ହେଲେ । ପରବର୍ତ୍ତୀ ସମୟରେ ରାଜ୍ୟ ସୀମାରେ କୌଣସି ଏକ ଅଞ୍ଚଳ ବିଜୟ କରନ୍ତେ, ଗଜପତି ମହାରାଜା ଅଦ୍ଦି ସିଂଙ୍କୁ ଭଞ୍ଜ ଉପାଧୀ ପ୍ରଦାନ କରିଥିଲେ ।


କେନ୍ଦୁଝର ଗଡଜାତର ଶାସକ ମାନେ ରାଜା ଉପାଧିରେ ଭୂଷିତ ହୋଇଥିଲେ । ଏହି ଗଡଜାତର ରାଜକୀୟ ପ୍ରତୀକ (emblem) ଭାବେ ପଡୋଶୀ ରାଜ୍ୟ ମୟୁରଭଞ୍ଜର ରାଜକୀୟ ପ୍ରତୀକ ହିଁ ଗୃହୀତ ହୋଇଥିଲା [୪] ପ୍ରାକ୍‌ ସ୍ୱାଧୀନତା କାଳରେ ଏହି ଗଡଜାତର ରାଜାମାନେ ହେଲେ:



୧୬୮୮- ୧୭୦୦ ଜଗନ୍ନାଥ ଭଞ୍ଜ
୧୭୦୦ - ୧୭୧୯ ରଘୁନାଥ ଭଞ୍ଜ

୧୭୧୯-୧୭୩୬ ଗୋପୀନାଥ ଭଞ୍ଜ

୧୭୩୬-୧୭୫୭ ନରସିଂହ ନାରାୟଣ ଭଞ୍ଜ
୧୭୫୭- ୧୭୫୮ ଦାନେଶ୍ୱର ନାରାୟଣ ଭଞ୍ଜ
୧୭୫୮- ୧୭୬୨ ଜଗତେଶ୍ୱର ନାରାୟଣ ଭଞ୍ଜ
୧୭୬୨-୧୭୯୪ ପ୍ରତାପ ବଳଭଦ୍ର ଭଞ୍ଜ
୧୭୯୪-୧୮୨୫ ଜନାର୍ଦ୍ଦନ ଭଞ୍ଜ
୧୮୨୫- ୨୨ ମାର୍ଚ ୧୮୬୧ ଗଦାଧର ନାରାୟଣ ଭଞ୍ଜ ଦେଓ
୪ ସେମ୍ଟେମ୍ବର ୧୮୬୧- ୨୭ ଅକ୍ଟୋବର ୧୯୦୫ ଧନୁର୍ଜୟ ନାରାୟଣ ଭଞ୍ଜ ଦେଓ
୨୭ ଅକ୍ଟୋବର ୧୯୦୫- ୧୨ ଅଗଷ୍ଟ ୧୯୨୬ ଗୋପୀନାଥ ନାରାୟଣ ଭଞ୍ଜ ଦେଓ
୧୯୦୬ -୧୨ ଅଗଷ୍ଟ ୧୯୨୬ ମ୍ୟାକମିଲାନ (State Superintendent)
୧୨ ଅଗଷ୍ଟ ୧୯୨୬-୧୫ ଅଗଷ୍ଟ ୧୯୪୭ ବଳଭଦ୍ର ନାରାୟଣ ଭଞ୍ଜ ଦେଓ


Post a Comment

0 Comments