ଆସନ୍ତୁ ଜାଣିବା ଓଡ଼ିଆ ମାନଙ୍କର ପ୍ରିୟ ପଖାଳ ସମ୍ପର୍କରେ କିଛି ।।
ପଖାଳ ଏକ ସ୍ଵତନ୍ତ୍ର ଓଡ଼ିଆ ଖାଦ୍ୟ । ଭାତରେ ପାଣି ମିଶେଇ ଏହା ପ୍ରସ୍ତୁତ କରାଯାଏ । ଏହା ପଖାଳ ଭାତ ନାମ ରେ ମଧ୍ୟ ଜଣାଶୁଣା । ଏହା ଜଗନ୍ନାଥ ମନ୍ଦିର ରେ ତିଆରି ଛପନ ଭୋଗ ମଧ୍ୟରୁ ଏକ । ପଖାଳ ଖରା ଦିନରେ ଓଡ଼ିଆ ଘର ମାନଙ୍କରେଦେହରୁ ତାତି କମେଇବା ପାଇଁ ତଥା ପେଟ ଗରମ ଓ ଦେହର ଜଳୀୟ ଅଂଶ କମିଯିବା ଭଳି ରୋଗ ର ପ୍ରତିକାର ନିମନ୍ତେ ଖିଆଯାଏ । ଭାତକୁ ପାଣି ରେ ପାଖଳି ତିଆରି କରା ଯାଉଥିବାରୁ ଏହାକୁ ପଖାଳ କୁହାଯାଏ । ଏହାର ପାଣି କୁ ତୋରାଣି କୁହାଯାଏ । ପଖାଳ ଓଡ଼ିଶା ବ୍ୟତୀତ ଆସାମ, ପଶ୍ଚିମବଙ୍ଗ, ଝାଡଖଣ୍ଡ, ବିହାର ଓ ଛତିଶଗଡ଼ ରେ ମଧ୍ୟ ପ୍ରଚଳିତ । ଆସାମ ରେ ଏହାକୁ ପୋଇତା ଭାତ , ପଶ୍ଚିମବଙ୍ଗ ରେ ପନ୍ତ ଭାତ , ଝାଡ଼ଖଣ୍ଡ ଓ ବିହାର ରେ ମାରା ଭାତ ଏବଂ ଛତିଶଗଡ଼ ରେ ପଖାଲ ବା ବୋରେ ଭାତ କହନ୍ତି ।
ତାମିଲନାଡୁ ରେ ବକାଳ ବାତ ନାମରେ ଜଣା ।
ପଖାଳ ସାଧାରଣତଃ ଦିନରେ ଖିଆଯାଏ ।ଖରା ଦିନରେ ଖରାବେଳେ କେହି କେହି ଉପରଓଳି ମଧ୍ୟ ଖାଇଥାନ୍ତି ।
ମୂଳ ଜାଗା - ଭାରତ
ଅଞ୍ଚଳ - ଓଡ଼ିଶା


0 Comments