ଓଲିଉଡରେ କେନ୍ଦୁଝରିଆ ଗୀତିକାର ଙ୍କ କମାଲ ।
ଆସନ୍ତୁ ଜାଣିବା ସେ କିଏ ।।
ର ସୁପରହିଟ ଗୀତ " ତତେ ଗାଇ ଦେଲେ ତୁ ଗୀତ ହେଇ ଯାଉ " ପୁଣି ସମସ୍ତଙ୍କ ମୁହଁରେ ଥିଲା ଜାଗା ହାତରେ ପଘା ର "ଲାଇଫ ଇଜ ଓସମ ଗୀତ" ।।
ଏହି ଦୁଇଟି ଗୀତର ଗୀତିକାର ଥିଲେ ଜୟନ୍ତ ଦାସ ।। ଜୟନ୍ତ ଙ୍କ ଘର କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ
ଅନ୍ତର୍ଗତ ହାବଳେଶ୍ବର ଗ୍ରାମ ରେ ।। ବାପା ସଦାନନ୍ଦ ଦାସ
ଓ ମା ନିର୍ମଳା ଦାସ ଙ୍କ ଏହି କଳାପ୍ରେମୀ ପୁତ୍ର ଅଷ୍ଟମ ଶ୍ରେଣୀ ରୁ
ଗପ ଓ କବିତା ଲେଖିବା ଆରମ୍ଭ କରିଥିଲେ ।। ସେ ପ୍ରଥମେ
2005 ମସିହାରେ ଭଜନ ଅଲବମ ମା ସମଲେଶ୍ବରୀ କ୍ୟାସେଟ
ରେ ଗୀତ ଲେଖିବାର ସୁଯୋଗ ପାଇଥିଲେ ।। ଯାହାର କଣ୍ଠ ଦେଇଥିଲେ ନନ୍ଦିତା ଭଞ୍ଜ ।।
ତାପରେ ସେ ଆଉ ପଛକୁ ଫେରି ଛାହିଁ ନାହାନ୍ତି ।। ୟା ଭିତରେ ସେ 50 ରୁ ଉର୍ଦ୍ଧ୍ବ କ୍ୟାସେଟ ପାଇଁ ଗୀତ ରଚନା କରିଛନ୍ତି ।।
ଏବେ ଏବେ ତାଙ୍କର ରିଲିଜ ହେଇଥିବା ଚଳଚ୍ଚିତ୍ର ର ସୁପରହିଟ ଗୀତ ଗୁଡିକ ହେଲା "ତୁ ମୋ ହିରୋ " "ଦିଲ କା ରାଜା" "ତୋ ପ୍ରେମ ରେ ପଡିଲା ପରେ " "ଗପ ହେଲେ ବି ସତ " ଇତ୍ୟାଦି ବହୁତ ।। ୟା ସହ ସେ ବହୁ ଯାତ୍ରା ବି ରଚନା କରିଚନ୍ତି ।।
ଖାଣ୍ଟି କେନ୍ଦୁଝରିଆ ପୃଷ୍ଠା ତରଫରୁ ଜୟନ୍ତ ବାବୁଙ୍କୁ ଆମର
ବହୁତ ବହୁତ ଅଭିନନ୍ଦନ ସେ ଆଗକୁ ଏମିତି ସୁପରହିଟ ଗୀତ ଲେଖି ଓଡ଼ିଆ ସ୍ରୋତା ମାନଙ୍କର ମନୋରଞ୍ଜନ କରୁଥାନ୍ତୁ।।




1 Comments
Very nice
ReplyDelete