ସାନଘାଗରା ; ଓଡ଼ିଶାର କେନ୍ଦୁଝର ଜିଲ୍ଲାରେ ଏହି ପ୍ରସିଦ୍ଧ ଜଳପ୍ରପାତ ଟି ରହିଅଛି | ଅତ୍ୟନ୍ତ ମନଲୋଭା ଜଙ୍ଗଲ ପରିବେଶ ମଧ୍ୟରେ ଶୋଭାପାଉଛି ସାନଘାଗରା ଜଳପ୍ରପାତ |
ପରିବାର ସାଙ୍ଗ ସାଥି ମାନଙ୍କ ସହ ବୁଲିବା ପାଇଁ ପ୍ରତ୍ୟେକ ଦିନ ଅନେକ ଲୋକ ଏଠାକୁ ଆସିଛନ୍ତି | କେନ୍ଦୁଝର ସହର ଠାରୁ ମାତ୍ର ୫ କିମି N .H 49 ଦେଇ ଜୁଡିଆଘାଟି ପାରିହେଲେ ଦେଖା ଯାଏ ସାନଘାଗରାର ସୁନ୍ଦର ଫଳକ ଏବଂ ଗେଟ | ଯାନବାହନର ପର୍କିଙ୍ଗ ପାଇଁ ସ୍ୱତନ୍ତ୍ର ବ୍ୟବସ୍ତା କରାଯାଇଛି | ପ୍ରତ୍ୟେକ ବ୍ୟକ୍ତି ଊ ଶିଶୁ ମାନଙ୍କ ପାଇଁ ଭିର୍ଣ୍ଣ ଭିର୍ଣ୍ଣ ଶୁଳ୍କ ଟିକଟ ନେବା ପାଇଁ ପଡିଥାଏ |
ଏଠାରେ ରହିଅଛି ଆଉ ଏକ ଆକର୍ଷଣୀୟ ଜିନିଷ | Boating କରିବାକୁ ସମସ୍ତଙ୍କୁ ଭଲ ଲାଗେ ତେଣୁ ଏଠାରେ ଏକ ଛୋଟ ଜଳାଶୟରେ Boating କରିବା ପାଇଁ ବ୍ୟବସ୍ତା କରାଯାଇଛି | ତାପରେ ପାଦଚଲା ରାସ୍ତା ଦେଇ ପାହାଡ ଉପରକୁ ଗଲେ ଦେଖିବାକୁ ମିଳେ ଏକ ସୁନ୍ଦର ଉଦ୍ୟାନ | ବିଭିର୍ନ ସୁନ୍ଦର ଫୁଲ ଗଛ ସହ ରହିଅଛି ଏଠାରେ ଏକ Children 's park | ସବୁଠ ମଜ଼ା କଥା ହେଉଛି ଛୋଟ ଛୁଆଙ୍କ ସହ ବେଳେ ବେଳେ ବଡ ଲୋକ ମାନଙ୍କୁ ମଧ୍ୟ ଏଠାରେ ଦୋଳି ଖେଳୁଥିବାର ଦେଖା ଯାଏ | ଏତେ ସୁନ୍ଦର ପାରିପାର୍ଶିକ ସୌନ୍ଦର୍ଯ୍ୟ ଭିତରେ ସେମାନେ ସତେ ଯେମିତି ଛୋଟ ଛୁଆ ହୋଇଯାନ୍ତି |
ସବୁଠ ମୁଖ୍ୟ ଆକର୍ଷଣ ହେଉଛି ଜଳପ୍ରପାତ - ଉଦ୍ୟାନ ମଧ୍ୟରୁ ଲମ୍ବି ଯାଇଛି ଏକ ପାହଚର ସିଡ଼ି ଝରଣା ପାଖକୁ | ଏଠାରେ ଦେଖିହୁଏ ସାନଘାଗରା ର ସୁନ୍ଦର ଦୃଶ୍ୟ |
ମାଛକନ୍ଦାନା ନଦୀରୁ ଏହି ଜଳପ୍ରପାତ ଟି ଶୃଷ୍ଟି | ବଡଘାଗରା ଠାରେ ମାଛକନ୍ଦାନା ନଦୀକୁ ବନ୍ଧ ବନ୍ଧାଯାଇ ନିୟନ୍ତ୍ରିତ ମାତ୍ରାରେ ପାଣି ଛଡା ଯାଇଥାଏ , ଯାହାଫଳରେ ବର୍ଷ ସାରା ଝରଣାଟି ଝରୁ ଥାଏ ଏମିତିକି ଗ୍ରୀଷ୍ମ ଋତୁରେ ମଧ୍ୟ |
ନିଶ୍ଟିତ ଥରେ ବୁଲିବା ପାଇଁ ଆସନ୍ତୁ କେନ୍ଦୁଝର ର ଏହି ପର୍ଯ୍ୟଟନ ସ୍ଥାନକୁ |




2 Comments
ବହୁତ୍ ସୁନ୍ଦର ଲେଖା...Keep writing.
ReplyDeleteଧନ୍ୟବାଦ... Thanks for your review
Delete