ଆସ ସ୍ଵର ଉଠେଇବା କେନ୍ଦୁଝରକୁ ଅବହେଳିତ କରିବା ପାଇଁ
କେନ୍ଦୁଝର ଜିଲ୍ଲା ର ଓଡ଼ିଶାର ଆର୍ଥିକ ଅବିବୃଦ୍ଧିରେ ଏକ ମହତ ଯୋଗଦାନ ଅଛି ,ମାତ୍ର ଏହାର ପ୍ରକୃତ ବାସିନ୍ଦା ମାନଙ୍କର ପ୍ରକୃତ ଅବସ୍ଥା ଯଦି ପ୍ରକୃତରେ ଅନୁଧ୍ୟାନ କରl ଯାଏ ଏଠିକାର ଲୋକ ମାନଙ୍କର ପ୍ରକୃତ ଅବସ୍ଥା ଜାଣି ହେବ ,ଏହି ଜିଲ୍ଲାରେ କଣ ନାହିଁ ,ଅଞ୍ଚଳ ଭାବରେ ବିଭାଜନ କଲେ ଏଠି ସବୁ ଅଛି | ଚିରସ୍ରୋତା ନଦୀ ନାଳ ଚାଷ ଉପଯୋଗୀ ଜମି ,ଖଣି ସମ୍ପଦରେ ଭରପୁର ଏହି ଜିଲ୍ଲା | ମାତ୍ର ସବୁ ଗାଁକୁ ଯାନ୍ତୁ ,ଅନେକ ଶୁଖିଲା ମୁହଁ ନିଶ୍ଚୟ ନଜରକୁ ଆସି ଯିବ | ବେକାରୀ ଜୀବନ ଆଜି ସମସ୍ତଙ୍କୁ ବ୍ୟତିବସ୍ତ କରୁଛି | ସେମାନଙ୍କର କଣ ଭବିଷ୍ୟତ ! ଚାଷ ଜମି ଆଜି ପଡିଆ | ପଢୁଆପୁଅ ଆଜି ଚାକିରୀ ଟିଏ ନ ପାଇ ଘରେ ବେକାର ହେଇ ବସିଛି ,ବଢ଼ିଲା ଝିଅଟି ଆଜି ବାହା ହେଇ ନ ପରି ଘରେ ବସିଛି | ଆଉ ଖଣି ଅଂଚଳର ବାସିନ୍ଦା କଥା ଯଦି ଆଲୋଚନା କୁ ନେବା ତେବେ ଏଠି ଶ୍ରମିକ ସୃଷ୍ଟି ହେଇଛନ୍ତି ! ପାଖ ଅଂଚଳର ଲୋକ ଖାଇବାକୁ ମୁଠେ ପାଉଛନ୍ତି ହେଲେ ଥରେ ରୋଗ ଗ୍ରସ୍ତ ହେଲେ କଥା ସରିଲା | ଅଧିକାଂଶ ଲୋକ ଦୁରାରୋଗ୍ୟ ରେ ଆକ୍ରାନ୍ତ | ଖଣି ଅଂଚଳର ପ୍ରଦୂଷଣ ମାତ୍ର ଏତେ ଅତ୍ୟଧିକ ଯେ ବିଭିନ୍ନ ରୋଗରେ ଏଠାକାର ଲୋକ ଆକ୍ରାନ୍ତ | ଖଣି ମାଲିକ ଆଉ ପ୍ରଦୂଷଣ ବିଭାଗର ମଧୁ ଚନ୍ଦ୍ରିକା ଏହି ପାଇଁ ମୁଖ୍ୟତଃ ଦାୟୀ |
ନେତା ମାନେ ନିରବ ସେମାନଙ୍କର କଣ ଯାଉଛି ସେମାନଙ୍କର ପକେଟ ସବୁ ବେଳେ ଗରମ କରା ଯାଉଛି ,ତାଙ୍କର ପିଲା ମାନେ ବାହାରେ ପଢ଼ିବାର ସୁଯୋଗ ପାଉଛନ୍ତି ,ତେଣୁ ସେମାନେ ଏ ସବୁ କଥା ପାଇଁ ନିଘା କାହିଁକି ଦେବେ | ପ୍ରଦୂଷଣର ପ୍ରଭାବରୁ ଚାଷ ଜମି ଆଜି ଚାଷ ଉପଯୋଗୀ ହୋଇ ନାହିଁ ଆଉ ଲୋକ ମାନେ ଚାଷ ଠାରୁ ଦୁରେଇ ଯାଇଛନ୍ତି | ହେଲେ ଏଠି ଯେଉଁ ମାନେ ବାହାରୁ ଖଣି ଲୁଣ୍ଠନ ର ଆଶା ରଖି ଡେରା ପକେଇଛନ୍ତି ସେମାନେ ଆଗକୁ ବଢି ଚାଲୁଛନ୍ତି ! ,ଜିଲ୍ଲାର ପ୍ରକୃତ ବାସିନ୍ଦା ତାର ଅସ୍ତିତ୍ୟ ହରାଉଛି | କିଏ ଜାଣିଛି କେନ୍ଦୁଝର ଜିଲ୍ଲା ଆଉ ଏକ ଏଥୋପିଆର ରୂପ ନ ନେବ ,ବାହାରୁ ଲୁଣ୍ଠନ ପାଇଁ ଆସିଥିବା ଲୁଣ୍ଠନ କରି ଉଡିଯିବେ ,ଆଉ ସ୍ଥାନୀୟ ବାସିନ୍ଦା କଂକାଳ ଶରୀର ଧରି ଆକାଶକୁ ଚାହିଁ ବସିଥିବେ ,କେତେ ବେଳେ ଉପରୁ ଦିଟା ପୁଡିଆ ପଡିବ ତାଙ୍କ ପେଟ ଭରିବ | ନେତାଙ୍କ ପାଖରୁ କିଛି ଆଶା କର ନ ଯାଇ ପାରେ | ବୁଦ୍ଧିଜୀବୀ ସବୁ ଜାଣି ଅଜଣା ,ସେମାଙ୍କର ବ୍ୟକ୍ତିଗତ ସ୍ୱାର୍ଥ ସେମାନଙ୍କୁ ସ୍ୱର ଊଠେଇବାକୁ ମନ କରୁଛି | ତାହା ହେଲେ ଆମେ କଣ ଆମ ଭବିଷ୍ୟତକୁ ଜଳାଞ୍ଜଳି ଦେଇ ଏମିତି ଚୁପ ରହିବା ! ସମୟ ଆସିଛି ଆମେ ଲୁଣ୍ଠିତ ହେବl ଆଗରୁ ସତର୍କ ହେବାକୁ ପଡିବ ,ଆମରି ଜିଲ୍ଲାର ପରିଶେଷରେ ଆମ ରାଜ୍ୟର ବେକାରୀ ମାନଙ୍କୁ ଯଦି ନିଯୁକ୍ତି ନ ମିଳୁଛି ଏଭଳି ବିକାଶର ଅର୍ଥ ନିରର୍ଥକ ଆମର ବିକାଶ ଯଦି ନାହିଁ ଏହି ଖଣି ଖାଦାନର କିଛି ଆବଶ୍ୟକତା ନାହିଁ ,କାହିଁକି ତୁଚ୍ଛଟାରେ ଏହି ଅଂଚଲକୁ ପ୍ରଦୁଷିତ ହେବାକୁ ଦେବା ,ଆମର ଚାଷ ଜମିକୁ ଆମେ ମରୁଭୂମିରେ ପରିଣତ କରିବା ,ଆମର ଆଗାମୀ ପିଢ଼ିକୁ ଏକ ରୋଗଗ୍ରସ୍ତ ଜୀବନଚର୍ଯ୍ୟା ଆଡକୁ ଠେଲିବରେ କଣ ଆବଶ୍ୟକତା ଅଛି | ଏବେ ବି ସମୟ ଅଛି ଆମକୁ ଆଗକୁ ଆସିବାକୁ ପଡି଼ବ ନିଜ ଜିଲ୍ଲାର ଓ ନିଜ ରାଜ୍ୟର ସ୍ୱାର୍ଥ ରକ୍ଷା କରିବାକୁ ପଡିବ |

0 Comments