କେନ୍ଦୁଝର ର ଆରାଧ୍ୟ ଦେବୀ ମା ତାରିଣୀ ।।
ପଢନ୍ତୁ କିଛି ଅଜଣା ତଥ୍ୟ ମାଆ ଙ୍କ ମନ୍ଦିର ବିଷୟରେ।।
ତାରିଣୀ ମନ୍ଦିର ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଘଟଗାଁରେ ଥିବା ଏକ ଠାକୁରାଣୀ ମନ୍ଦିର । ଏଠାକାର ଅଧିଷ୍ଠାତ୍ରୀ ଦେବୀ ତାରିଣୀ। ପ୍ରବାଦରେ ଅଛି ଘଟଗାଁଠାରେ ଥିବା ମା ତାରିଣୀ ମନ୍ଦିରକୁ ୧୪୮୦ ମସିହାରେ କେନ୍ଦୁଝରର ତତ୍କାଳୀନ ରାଜା ଗୋବିନ୍ଦ ଭଞ୍ଜଦେଓ ନିର୍ମାଣ କରେଇଥିଲେ । ପୁରୀର ତତ୍କାଳୀନ ଗଜପତି ମହାରାଜାଙ୍କ ଆଦେଶକ୍ରମେ ମା ତାରିଣୀ ନୂଆ ମନ୍ଦିର ଘଟଗାଁଠାରେ ଶକ୍ତିପୀଠ ଭାବରେ ସ୍ଥାପିତ ହେଇପାରିଥିଲା । ମା ତାରିଣୀଙ୍କଠାରେ ମନାସିକ କାଲେ ତାହା ନିଶ୍ଚୟ ପୂରଣ ହୁଏ ବୋଲି ଭକ୍ତଙ୍କ ବିଶ୍ବାସ ଥାଏ ।
କୁହାଯାଏ ସେ ପ୍ରଥମେ ବନବାଈ କନ୍ଧଙ୍କଦ୍ଵାରା ପୂଜା ପାଇ ଆସୁଥିଲେ। ପ୍ରକୃତରେ ମାଆ ଦୁର୍ଗା ଦଶଭୁଜା ଏବଂ ମାଆ ତାରିଣୀ ଚତୁର୍ଭୁଜା। ମାଆ ତାରିଣୀଙ୍କର ଚାରି ହାତରୁ ବାମପାଖ ଉପର ହସ୍ତରେ ସେ ଚକ୍ର ଧାରଣ କରିଛନ୍ତି। ବାମ ପାଖ ତଳ ହସ୍ତରେ ତ୍ରିଶୁଳ ରହିଥାଏ। ସେହିପରି ଦକ୍ଷିଣ ପାଖ ଉପର ହସ୍ତରେ ସେ ଖଡ୍ଗ ଧାରଣ କରିଥିବା ବେଳେ ତଳ ହସ୍ତଟି ତାଙ୍କର ଶୂନ୍ୟ ଥାଏ। ଏହି ହାତରେ ମାଆ ତାରିଣୀ ଭକ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତି । କିନ୍ତୁ ତାଙ୍କର ପ୍ରତ୍ୟେକ ମୂର୍ତ୍ତି ବା ଚିତ୍ରରେ ଏହିସବୁ ଅସ୍ତ୍ର ନଥାଏ। ଚିତ୍ରକରମାନେ ନିଜନିଜର ପସନ୍ଦ ଅନୁଯାୟୀ ମାଆଙ୍କୁ ଭିନ୍ନଭିନ୍ନ ଅସ୍ତ୍ରରେ ସଜ୍ଜିତ କରାଇଥାନ୍ତି ।


0 Comments